100 Queastion and Answer About Mahatma Gandhi in Odia
1) ଆମ ଜାତୀୟ ପିତାଙ୍କ ନାମ କଣ ?
ଉ : ମହାତ୍ମାଗାନ୍ଧୀ
2) ମହାତ୍ମାଗାନ୍ଧୀଙ୍କ ପୁରା ନାମ କଣ ?
ଉ : ମୋହନ ଦାସ କରମଚାନ୍ଦ ଗାନ୍ଧୀ
3) ଗାନ୍ଧିଜୀ କେବେ ଜନ୍ମ ଗ୍ରହଣ କରିଥିଲେ ?
ଉ : 1869, ଅକ୍ଟୋବର 2 ତାରିଖ
4) ମହାତ୍ମାଗାନ୍ଧୀ କେଉଁ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ?
ଉ: ଗୁଜୁରାଟର ପୋରବନ୍ଦର
5) ଗାନ୍ଧିଜୀଙ୍କ ସ୍ତ୍ରୀଙ୍କ ନାମ କଣ ?
ଉ : କସ୍ତୁରବା ଗାନ୍ଧୀ
6) ଗାନ୍ଧିଜୀ କେବେ କସ୍ତୁରବାଙ୍କୁ ବିବାହ କରିଥିଲେ ?
ଉ : 1882
7) କସ୍ତୁରବାଙ୍କୁ ଲୋକମାନେ କଣ ବୋଲି ସମ୍ବୋଧନ କରୁଥିଲେ ?
ଉ : ବା ବୋଲି
8) ବାରିଷ୍ଟରୀ ପଢିବା ପାଇଁ ଗାନ୍ଧିଜୀ କେଉଁଠାକୁ ଯାଇଥିଲେ ?
ଉ : ଇଂଲଣ୍ଡ
9) କେତେ ମସିହାରେ ଗାନ୍ଧିଜୀ ଇଂଲଣ୍ଡ ଯାଇଥିଲେ ?
ଉ : 1888, ଅକ୍ଟୋବର
10) ଗାନ୍ଧିଜୀ ଆଇନ ଶିକ୍ଷା କେତେ ସମାପ୍ତ କଲେ ?
ଉ : 1891 ଜୁନ
11) ଗାନ୍ଧିଜୀ କାହାର ଓକିଲ ରୂପେ ମୋକଦ୍ଦମା ଲଢ଼ିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ ?
ଉ : ଦାଦା ଅବଦୁଲ୍ଲା ନାମକ ଜଣେ ମୁସଲମାନ ବ୍ୟବସାୟୀ
12) ଗାନ୍ଧିଜୀ କେବେ ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ ?
ଉ : 1893 ଏପ୍ରିଲ 13
12) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ ଯାଇଥିଲେ ?
ଉ : ନାଟାଲ
13) ସେହି ସମୟରେ ଦକ୍ଷିଣ ଆଫ୍ରିକାରେ କେଉଁ ମନେ ଶାସନ କରୁଥିଲେ ?
ଉ : ଶ୍ଵେତାଙ୍ଗ ଇଂରେଜ ମନେ
14) ଦକ୍ଷିଣ ଆଫ୍ରିକାରେ ଇଂରେଜ ମନେ କେଉଁ ନୀତି ପ୍ରଣୟନ କରିଥିଲେ ?
ଉ : ବର୍ଣ୍ଣବୈଷମ୍ୟ ନୀତି
15) ଆଫ୍ରିକାର ରେଳଗାଡିର ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀରେ କେଉଁ ମନେ ଯାତ୍ରା କରୁଥିଲେ ?
ଉ : ଇଂରେଜ ମନେ
16) ମହାତ୍ମା ଗାନ୍ଧୀ କେଉଁ ଅସ୍ତ୍ର ବ୍ୟବହାର କରୁଥିଲେ ?
ଉ : ସତ୍ୟାଗ୍ରହ
17) ନାଟାଲ ଭାରତୀୟ କଂଗ୍ରେସ ସଂଗଠନ କେବେ ଗଠନ ହୋଇଥିଲା ?
ଉ : 1894
18) ଶ୍ୱେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରେଇବା ପାଇଁ ଗାନ୍ଧିଜୀ କେଉଁ ସମ୍ବାଦ ପତ୍ରିକା ପ୍ରକାଶ କରିଥିଲେ ?
ଉ : ଇଣ୍ଡିଆନ ଓପିନିଅନ
19) ଗାନ୍ଧିଜୀ କେବେ ବର୍ଣ୍ଣବୈଷମ୍ୟ ଆଇନକୁ ଅମାନ୍ୟ କରିବା ପାଇଁ ଦୃଢ ସଂକଳ୍ପ ନେଲେ ?
ଉ : 1906, ସେପ୍ଟେମ୍ବର 11 ତାରିଖରେ
20) ଗାନ୍ଧିଜୀ କେଉଁଠାରେ ବର୍ଣ୍ଣବୈଷମ୍ୟ ଆଇନକୁ ଅମାନ୍ୟ କରିବା ପାଇଁ ଦୃଢ ସଂକଳ୍ପ ନେଲେ ?
ଉ : ଜୋହାନେସବର୍ଗ ଏମ୍ପାୟାର ଥିଏଟର
21) ଗାନ୍ଧିଜୀ ପ୍ରଥମ ଥର ପାଇଁ କେଉଁ କାରାଗାରରେ ବନ୍ଧୀ ହୋଇଥିଲେ ?
ଉ : ଜୋହାନେସବର୍ଗ କାରାଗାରରେ
22) ଗାନ୍ଧିଜୀ କେଉଁ ନୀତି ଅନୁସରଣ କରୁଥିଲେ ?
ଉ : ସତ୍ୟ ଓ ଅହିଂସା
23) ଗାନ୍ଧିଜୀ ଦ. ଆଫ୍ରିକାରୁ କେବେ ଫେରିଥିଲେ ?
ଉ : 1915 ଜାନୁୟାରୀ 9 ତାରିଖ
24) ଗାନ୍ଧିଜୀ କାହାକୁ ନିଜର ରାଜନୈତିକ ଗୁରୁ ଭାବେ ଗ୍ରହଣ କରୁଥିଲେ ?
ଉ : ଗୋପାଳ କୃଷ୍ଣ ଗୋଖଲେ
25) ଗାନ୍ଧିଜୀଙ୍କୁ ମହାତ୍ମାର ଆଖ୍ୟା କିଏ ଦେଇଥିଲେ ?
ଉ : ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର
26) ସତ୍ୟାଗ୍ରହର ଅର୍ଥ କଣ ?
ଉ : ସତ୍ୟ ପ୍ରତି ଆଗ୍ରହ
27) ସବରୀମତୀ ଆଶ୍ରମ କେଉଁ ଠାରେ ଅଛି ?
ଉ : ଅହମ୍ମଦାବାଦ ନିକଟରେ ସବାରମତୀ ନଦୀକୂଳରେ ?
28) ଗାନ୍ଧିଜୀ ସବରୀମତୀ ଆଶ୍ରମ କେବେ ପ୍ରତିଷ୍ଠା କରିଥିଲେ ?
ଉ : 1916 ମସିହାରେ
29) ଗାନ୍ଧୀଜୀ କେତେ ବର୍ଷ ବୟସରେ କସ୍ତୁରବାଙ୍କୁ ବିବାହ କରିଥିଲେ ?
ଉ : 13 ବର୍ଷ ବୟସ
30) ଗାନ୍ଧିଜୀଙ୍କ ମୃତ୍ୟୁ କେବେ ହୋଇଥିଲା ?
ଉ : 30 ଜାନୁୟାରୀ 1948
31) ଗାନ୍ଧିଜୀ କେତେ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ?
ଉ : 78 ବର୍ଷ 3ମାସ 28 ଦିନ
32) କେଉଁ ବାରଦିନ ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା ?
ଉ : ଶୁକ୍ରବାର
31) ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତର ପ୍ରଥମ ସଫଳ ଅହିଂସା ଆନ୍ଦୋଳନ କଣ ଥିଲା ?
ଉ : ଚମ୍ପାରନ ଆନ୍ଦୋଳନ
34) କାହାର ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ଚମ୍ପାରନ ଆସିଥିଲେ ?
ଉ : ରାଜକୁମାର ଶୁକ୍ଳ
35) ମହାତ୍ମାଗାନ୍ଧୀ କେବେ ଚମ୍ପାରନ ଆସିଥିଲେ ?
ଉ : 1917 ଏପ୍ରିଲରେ
36) ଗାନ୍ଧିଜୀଙ୍କ ବାପାଙ୍କ ନାମ କଣ ?
ଉ : କରମଚାନ୍ଦ ଗାନ୍ଧୀ
36) ଗାନ୍ଧୀଜୀଙ୍କ ମା'ଙ୍କ ନାମ କ'ଣ ?
ଉ : ପୁତୁଲିବାଇ ଗାନ୍ଧୀ
37) ଗାନ୍ଧୀଜୀଙ୍କର କେତୋଟି ପୁତ୍ର ଥିଲେ ?
ଉ : 4 ଟି
38) ଗାନ୍ଧିଜୀଙ୍କ ପିଲାଦିନର ନାମ କଣ ?
ଉ : ମାନୁ/ ମଣୀୟା
39) ଗାନ୍ଧିଜୀଙ୍କର କେତେ ଭାଇ ଓ ଭଉଣୀ ଥିଲେ ?
ଉ : ତିନି ଭାଇ ଓ ଗୋଟିଏ ଭଉଣୀ
40) ଗାନ୍ଧୀଜୀଙ୍କର ଭଉଣୀଙ୍କ ନାମ କଣ ?
ଉ : ରଲୀତାବାଇ ଗାନ୍ଧୀ
41) ଗାନ୍ଧିଜୀଙ୍କ ପିତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ କେତେ ବର୍ଷ ବୟସ ହୋଇଥିଲା ?
ଉ : 16 ବର୍ଷ ବୟସ
42) ଗାନ୍ଧୀଜୀଙ୍କର ଜନ୍ମ କେଉଁ ବାରେ ହୋଇଥିଲା ?
ଉ : ଶନିବାର